କବିତା - ନିଆରା ସେ ଦିନ !





ରଚନା - ଲକ୍ଷ୍ମୀନାରାୟଣ ପଟ୍ଟନାୟକ



ସୂରୁଜ ଡୁବିଲା ପାହାଡ ସେପାଖେ

ଚାନ୍ଦ ଡାକେ କଇଁ କଇଁ

ପକ୍ଷୀ ବାହୁଡନ୍ତି ନୀଡ ଅଭିମୂଖେ

ମାଆ ପୁଅ ବାଟ ଚାହିଁ


ସନ୍ଧ୍ୟା ଆଳତିରେ ମନ୍ଦିର ବେଢାଟି

ଧୂପ ନୈବେଦ୍ୟର ଗନ୍ଧେ

ଭକତିର ଅର୍ଘ୍ୟ ଭାଗବତ ସୁର

ଶୁଭେ ନବାକ୍ଷରୀ ଛନ୍ଦେ


ସାତତାଳ ପଙ୍କ ରାଜାଝିଅ କଥା

ଶୁଣୁଥାଏ ମୁହିଁ ବସି

ଜହ୍ନମାମୁ ସାଥେ ଖେଳେ ଲୁଚକାଳି

ଘର ଅଗଣାରେ ହସି


କାହିଁ ଗଲା ହଜି ଅଭୂଲା ସେ ଦିନ

ମନୁ କିଛି ଲିଭିନାହିଁ

ସୂରୁଜ ଡୁବିଲା ପାହାଡ ସେପାଖେ

ଚାନ୍ଦ ଡାକେ କଇଁ କଇଁ